logo

ସନାତନ ଙ୍କ ପାଇଁ ଚ୍ୟାଲେଞ ହେବ ୨୦୨୪ ନିର୍ବାଚନ:ଏଥର ଚମ୍ପୁଆ ଦେଖିବ ଚତୁର୍ମୁଖୀ ଲଢେଇ

ନିର୍ବାଚନ ତାରିଖ ଘୋଷଣା ହୋଇ ସାରିଛି। ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଶାସକ ଦଳ ଘୋଷଣା କରି ସାରିଥିବା ବେଳେ ଏକ ସପ୍ତାହ ମଧ୍ୟରେ ଅନ୍ୟ ଦଳ ମାନେ ମଧ୍ୟ ତାଙ୍କ ପ୍ରାର୍ଥୀ ତାଲିକା ଘୋଷଣା ଆରମ୍ଭ କରିବେ ବୋଲି ଅନୁମାନ କରାଯାଉଛି। ୨୦୨୪ ନିର୍ବାଚନ ସମୟ ଯେତିକି ପାଖେଇ ଆସୁଛି ନେତାଙ୍କ ଦଳ ବଦଳ ରାଜନୀତିକୁ ସେତିକି ଗରମ କରୁଥିବା ବେଳେ ରାଜ୍ୟର ସବୁଠାରୁ ହାଇ ପ୍ରୋଫାଇଲ ତଥା ବ୍ୟୟ ବହୁଳ ଚମ୍ପୁଆ ବିଧାନସଭା ଆସନ ମଧ୍ୟ ଚର୍ଚ୍ଚା ରେ ରହିଛି। ବିଜେଡି ପ୍ରଥମ ପର୍ଯ୍ୟାୟ ତାଲିକା ଘୋଷଣା କରିଥିବା ବେଳେ ପ୍ରଥମ ପର୍ଯ୍ୟାୟ ରେ ଚମ୍ପୁଆ ର ନାମ ନ ଥୁବାରୁ ଚମ୍ପୁଆ ର ପ୍ରାର୍ଥୀଙ୍କୁ ନେଇ ଚର୍ଚ୍ଚା ଯେତିକି ହେଉଛି କିଏ କେଉଁ ଦଳରୁ ପ୍ରାର୍ଥୀ ହେବେ ତାହାକୁ ନେଇ ଆଶଙ୍କା ମଧ୍ୟ ସେହି ମାତ୍ରାରେ ବଢ଼ିବାରେ ଲାଗିଛି। ତେବେ ଚମ୍ପୁଆ ର ସବୁଠାରୁ ହେବିୱେଟ ନେତା ସନାତନଙ୍କ ପାଇଁ ଚର୍ଚ୍ଚା ସବୁଠାରୁ ଅଧିକା ଥିବାବେଳେ ସନାତନ କେଉଁ ଦଳକୁ ଯିବେ ତାହା ସ୍ପଷ୍ଟ ହୋଇ ପାରି ନାହିଁ I କେବେ ସେ ବିଜେପି ରୁ ପ୍ରାର୍ଥୀ ହେବେ ତ କେବେ ବିଜେଡି ତାଙ୍କୁ ପ୍ରାର୍ଥୀ କରିବ ଚର୍ଚ୍ଚା ଏବେ ରାଜନୈତିକ ମହଲରେ ଚର୍ଚ୍ଚା କୁ ଖୋରାକ ଯୋଗାଇଛି। ସନାତନ ଙ୍କ ଚମ୍ପୁଆ ନିର୍ବାଚନ ମଣ୍ଡଳୀରେ ଏକ ସ୍ବତନ୍ତ୍ର ପରିଚୟ ରହିଛି । ଆଗାମୀ ନିର୍ବାଚନ ରେ ଯଦି ସନାତନ କୌଣସି ଦଳର ବ୍ୟାନର ରେ ଛିଡା ନ ହୋଇ ସ୍ବାଧୀନ ପ୍ରାର୍ଥୀ ହେବେ ତାହା ତାଙ୍କ ପାଇଁ ଏତେଟା ସହଜ ହେବ ନାହିଁ ବୋଲି ଆକଳନ କରାଯାଉଛି I ଏକଦା ସନାତନ ଙ୍କ ସମର୍ଥନ ରେ ଚମ୍ପୁଆ ବିଧାୟିକା ମିନାକ୍ଷୀ ମହାନ୍ତି ନିଜର ରାଜନୈତିକ କ୍ୟାରିଅର ଆରମ୍ଭ କରି ଥିବାବେଳେ ଗତ କିଛି ବର୍ଷ ତାଙ୍କ ମଧ୍ୟରେ ଅହି ନକୁଳ ସମ୍ପର୍କ ସନାତନ ଙ୍କ ବିପକ୍ଷରେ ମିନାକ୍ଷୀଙ୍କ ପ୍ରଭାବ ଜାହିର କରି ସାରିଛି। ଆଗାମୀ ନିର୍ବାଚନରେ ସନାତନ ଙ୍କୁ ଚେକ ଦେବାକୁ ମିନାକ୍ଷୀ ଅଣ୍ଟା ଭିଡି ଥୂବାବେଳେ ଏବେ ବିଜେଡି ଟିକେଟ ର ପ୍ରମୁଖ ଦାବିଦାର ମିନାକ୍ଷୀ ବୋଲି କୁହା ଯାଉଛି। ଚଳିତ ନିର୍ବାଚନ ରେ ମିନାକ୍ଷୀଙ୍କୁ ଯଦି ଦଳ ପ୍ରାର୍ଥୀ କରିବ ମିନାକ୍ଷୀ ଙ୍କୁ ଚେକ ଦେବାକୁ ସନାତନ ସ୍ବାଧୀନ ପ୍ରାର୍ଥୀ ହେବା ଆଲୋଚନା ହେଉ ଥିବା ବେଳେ ଏ ପରିସ୍ଥିତି ରେ ଚମ୍ପୁଆ ଚତୁର୍ମୁଖୀ ଲଢେଇ ଦେଖୁବ ବୋଲି ଅନୁମାନ କରାଯାଉଛି। ନିକଟରେ ବିଜେଡି ଛାଡି କଂଗ୍ରେସ ରେ ଯୋଗ ଦେଇଥିବା ଯୋଶବନ୍ତ ନାରାୟଣ ସିଂ ଲାଗୁରୀ ଙ୍କୁ କଂଗ୍ରେସ ଟିକେଟ ଦେବା ଏକ ପ୍ରକାର ସୃଷ୍ଟ ରହିଥ‌ିବାବେଳେ ବିଜେପି ରୁ ମୁରଲୀ ମନୋହର ଶର୍ମା ଛିଡା ହେବା ନିଶ୍ଚିତ ବୋଲି ଅନୁମାନ କରାଯାଉଛି I ଏ ପରିସ୍ଥିତି ରେ ମିନାକ୍ଷୀ ବିଜେଡି ରୁ ଯଦି ପ୍ରାର୍ଥୀ ହେବେ ସନାତନ ସ୍ବାଧୂନ ଭାବେ ନିର୍ବାଚନ ଲଢ଼ିବେ। ତା'ହେଲେ ଚମ୍ପୁଆ ରେ ଚତୁର୍ମୁଖୀ ଲଢେଇରେ ସନାତନ ଙ୍କ ପ୍ରଭାବ କେତେ ରହିବ ତାହା ଜଳ ଜଳ ହୋଇ ବାରି ହୋଇ ପଡୁଛି । ଯଦି ସନାତନ ସ୍ବାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢ଼ି ଜୟ ଯୁକ୍ତ ହୁଅନ୍ତି ତେବେ ତାଙ୍କ ପ୍ରଭାବ ଅକ୍ଷୁର୍ଣ୍ଣ ରହିବ ।

0
0 views